ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇଆରସିଟିସି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ଲାନ ଘୋଷଣା କରିଛି | ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମୁତାବକ ପର୍ଯ୍ୟଟକମାନେ ପୁରୀରେ ରହିବା ସହ ଅଲଗା ଭାବରେ ବିମାନ ଟିକେଟ କରିବାକୁ ପଡିବ ନାହିଁ | ଏହି ପ୍ୟାକେଜରେ ୩ ଦିନ ଏବଂ ୨ ରାତି ପୁରୀରେ ରହି ହେବ | ଏହି ପ୍ୟାକେଜରେ, ଜଣେ ପର୍ଯ୍ୟଟକଙ୍କୁ ରହିବା ଏବଂ ଖାଦ୍ୟ ପାଇଁ ଅଲଗା ଖର୍ଚ୍ଚ କରିବାକୁ ପଡିବ ନାହିଁ | ଏହା ସହିତ, ଜଣେ ପର୍ଯ୍ୟଟକ ଏହି ପ୍ୟାକେଜରେ ଅନେକ ବିଶେଷ ସୁବିଧା ପାଇବେ | ତେବେ ଜଣଙ୍କ ପାଇଁ ଏହି ପ୍ୟାକେଜରେ ୧୮୧୧୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଏବେ ଜାଣନ୍ତୁ କିଭଳି ରହିଛି ଏହି ପ୍ଲାନ |

the topmost
ଏହି ପ୍ୟାକେଜର ନାମ ରଥଯାତ୍ରା ସ୍ୱତନ୍ତ୍ର ରଖାଯାଇଛି | ଜଣେ ପର୍ଯ୍ୟଟକ ହାଇଦ୍ରାବାଦରୁ ଭୁବନେଶ୍ୱର, ଭୁବନେଶ୍ୱରରୁ- ପୁରୀ – କୋଣାର୍କ ଓ ଭୁବନେଶ୍ୱରରୁ-ହାଇଦ୍ରାବାଦ ଯିବେ | ଆସନ୍ତା ଜୁନ ୩୦ ତାରିଖରେ ଏହି ପ୍ୟାକେଜ ଅନୁଯାୟୀ ଯାତ୍ରା ଆରମ୍ଭ ହେବ | ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୮୧୧୫ ଟଙ୍କା ସ୍ଥିର କରାଯାଇଥିବାବେଳେ ଏଥିରେ ଦୁଇଟି ବିମାନ ଟିକେଟ୍(ହାଇଦ୍ରାବାଦ – ଭୁବନେଶ୍ୱର – ହାଇଦ୍ରାବାଦ) ଅନ୍ତର୍ଭୁକ୍ତ ରହିବା ସହ ୨ ଥର ସକାଳ ଭୋଜନ, ୩ଥର ମଧ୍ୟାହ୍ନ ଭୋଜନ ଏବଂ ୨ଥର ରାତ୍ରୀ ଭୋଜନ ଉପଲବ୍ଧ ହେବ | ପୁରୀରୁ କୋଣାର୍କ ସହ ଭୁବନେଶ୍ୱର ବୁଲିବା ପାଇଁ ଏସି କୋଚ୍ ବସ୍ ସୁବିଧା ସହ ଭ୍ରମଣ ବୀମା ମଧ୍ୟ ରହିବ |
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି, ଭାରି ଅଶୁଭ..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ