The Topmost

“The eyes believe themselves, the ears believe other people.”

soil house at america @the topmost

ବିଦେଶରେ ବି ଚାହିଦା ରହିଛି ମାଟି ଘରର: ଫେରୁଛି ମାଟି ଘର

ମାଟିର ଘର, ନଡ଼ା ଓ ବାଉଁଶର ଛାତ । ଯଦି ଏହା ପଢି ଆପଣଙ୍କ ମନରେ ଭାରତର କୌଣସି ଗାଁର ଚିତ୍ର ଆସୁଛି, ତାହେଲେ ଆପଣ ଭୁଲ ଭାବୁଛନ୍ତି । ଏ ମାଟିର ଘର ଚିତ୍ର ଭାରତର କୌଣସି ଗାଁର ନୁହେଁ ବରଂ ଆମେରିକା ପରି ବିକଶିତ ଦେଶର ମୋଣ୍ଟେନା କିମ୍ବା ଅରିଜୋନା ରାଜ୍ୟରେ ଆପଣ ଦେଖିପାରିବେ ମାଟିର ଘର । ରିପୋର୍ଟ ଅନୁସାରେ ଆମେରିକାରେ ଗତ ଦୁଇ ବର୍ଷରେ ମାଟି ଓ ନଡ଼ାରେ ତିଆରି ଘରର ପ୍ରଚଳନ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

america soil home @the topmost
america soil home @the topmost

http://thetopmost.in/wp-admin/post.php?post=616&action=editଏହି ମାଟିର ଘର ଅଭିଯାନ ୧୯୯୫ରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ତିନି ଜଣ ଛାତ୍ର ଆରମ୍ଭ କରିଥିଲେ । ଏମାନେ ଡାନ୍ସିଂ ରାବିଟ୍‌ ନାମକ ଏକ ଇକୋ ଭିଲେଜ୍‌ ମାଟିର ଘର ନିର୍ମାଣ କରିଥିଲେ, ଯେଉଁଠାରେ ଲୋକମାନେ ମାଟି-ନଡ଼ାରେ ଘର ତିଆରି କରିପାରିବେ । କିନ୍ତୁ ମାଟିର ଘର ବଢାଇଥିଲା କରୋନା ଯୁଗ । ମହାମାରୀ ସମୟରେ ଲୋକଙ୍କର ଧ୍ୟାନ ସ୍ଥାୟୀ ଜୀବନର ଏହି ମାଟିର ଘର ପଦ୍ଧତି ଆଡ଼କୁ ଅଗ୍ରସର ହେଲା । ୨୦୨୦ର ପ୍ରାରମ୍ଭରେ ସୋସିଆଲ ମିଡିଆରେ ଏହିପରି ମାଟିର ଘର ଭିଡିଓ ସାମ୍ନାକୁ ଆସିବା ପରେ ଡାନ୍ସିଂ ରାବିଟ୍‌ରେ ମାଟି ଘର ନିର୍ମାଣର ଟ୍ରେନିଂ ନେଉଥିବା ଲୋକଙ୍କ ସଂଖ୍ୟା ବହୁଗୁଣିତ ହେଲା ।

soil house of america @the topmost
soil house of america @the topmost

ଇକୋ ଭିଲେଜ୍‌ରେ ୩୮ଟି ଘର ଅଛି ଏବଂ ସମସ୍ତ ଘର ମାଟିରେ ନିର୍ମିତ । କରୋନା ପୂର୍ବରୁ ପ୍ରତିବର୍ଷ ୪୦-୪୫ ଜଣ ଘର ନିର୍ମାଣ ତାଲିମ ନେବା ପାଇଁ ଆସୁଥିଲେ । ବର୍ତ୍ତମାନ ଏଠାକୁ ୧୦୦୦ରୁ ଅଧିକ ଲୋକ ଆସୁଛନ୍ତି । ଡାନ୍ସିଂ ରାବିଟ୍‌ ଇକୋ ଭିଲେଜ୍‌ର ନିର୍ଦ୍ଦେଶକ ଡାନିଏଲ ୱିଲିୟମ୍ସ କହିଛନ୍ତି, ‘ଯେତେବେଳେ ଏହି ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ଆମେରିକା ଏବଂ ବିଶ୍ୱର ଅର୍ଥବ୍ୟବସ୍ଥାରେ ଅସ୍ଥିରତା ଦେଖାଯାଇଥିଲା ।

soil house @the topmost
soil house @the topmost

http://thetopmost.in/wp-admin/post.php?post=525&action=edit୧୯୯୫ରେ ଇରାକ-କୁଏତ ଯୁଦ୍ଧ କାରଣରୁ ଅଶୋଧିତ ତେଲର ଦାମ ବୃଦ୍ଧି ପାଇଥିଲା ଏବଂ ଘର କିଣିବା ବହୁତ ମହଙ୍ଗା ହୋଇଥିଲା । ସେହି ସମୟରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ତିନି ଜଣ ମିସୁରୀ ରାଜ୍ୟର ରଟଲେଜ୍‌ରେ ୨୮୦ ଏକର ଜମି କିଣିଥିଲେ ଏବଂ ଇକୋ ଭିଲେଜ ମାଟିର ଘର ଆରମ୍ଭ କରିଥିଲେ । କରୋନାକାଳରେ ଲୋକମାନେ ଖର୍ଚ୍ଚ କମ୍‌ କରିବା ସହ ପରିବେଶ ପ୍ରତି ଚିନ୍ତା ପ୍ରକାଶ କରିଥିଲେ । ଯାହା ଫଳରେ ଅନେକ ଲୋକ ବିକଳ୍ପ ଗୃହ ମାଟିର ଘର ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇଥିଲେ ।’ ଏହି ଘରେ ସିମେଣ୍ଟ କିମ୍ବା ଲୁହାର ବ୍ୟବହାର କରାଯାଏ ନାହିଁ । ଏହି ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ଆବଶ୍ୟକୀୟ ବିଦୁ୍ୟତ ବ୍ୟବହାର କରାଯାଉଛି । ବର୍ଷା ପାଣିକୁ ମଧ୍ୟ ସଂରକ୍ଷିତ କରାଯାଉଛି ।http://thetopmost.in/wp-admin/post.php?post=512&action=edit

soil house of america @the topmost
soil house of america @the topmost