The Topmost

“The eyes believe themselves, the ears believe other people.”

ବିଦାହେଲେ ମମତାଙ୍କ ମନ୍ତ୍ରୀମଣ୍ଡଳର ଉଦ୍ୟୋଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ । ଦୁର୍ନୀତିର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ । ଏନେଇ ପ୍ରଥମେ ତାଙ୍କୁ ମମତା ମନ୍ତ୍ରୀ ପଦରୁ ହଟାଇ ଥିବାବେଳେ ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଯାଞ୍ଚ୍ ବେଳେ ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପାଖା ପାଖି ୫୫ କୋଟି ଟଙ୍କା ଜବତ କରାଯାଇଛି । ଏହାସହ କୋଟି କୋଟି ଟଙ୍କାର ସୁନା ଗହଣା ଓ କିଛି ଜମିବାଡିର କାଗଜପତ୍ର ଜବତ କରିଛି ଇଡି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ମୁତାବକ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ଅନ୍ୟ ସମସ୍ତ ପଦରୁ ବି ବିଦା କରାଯାଇଛି । ଏଥିରେ ସୂଚନା ଓ ପ୍ରସାରଣ ବିଭାଗ, ସଂସଦୀୟ ମାମଲା ସହିତ ଜଡିତ ବିଭାଗ ଆଦିରୁ ତାଙ୍କୁ ବିଦା କରାଯାଇଛି ।