ଏସିଆ କପ୍ ଟପ୍ ଫୋରରେ ଭାରତ । ନେପାଳକୁ ୧୦ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ଓ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୭୪ ରନ କରିଥିବାବେଳେ ଗିଲ କରିଛନ୍ତି ୬୭ ରନ । ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ନେପାଳ । ଓପନର ଆସିଫ ଶେଖ ୫୮ ରନ କରିଥିବାବେଳେ ଗୁଲଶନ ଝା ୨୩ ରନ କରିଥିଲେ । ଭାରତ ପକ୍ଷରୁ ଜାଡେଜା ଓ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୨୩୧ ରନର ଟାର୍ଗେଟ ସହିତ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ବର୍ଷା ବାଧା ଦେଇଥିଲା । ଫଳରେ ଡିଏଲଏସ ନିୟମ ଅନୁସାରେ ଭାରତକୁ ୨୩ ଓଭରରେ ୧୪୫ ରନର ଟାର୍ଗେଟ ମିଳିଥିଲା । ୨୦ ଓଭର ଗୋଟିଏ ବଲରେ ମ୍ୟାଚକୁ ଜିତି ନେଇଥିଲା ଭାରତ ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍