ନୂଆଦିଲ୍ଲୀ: ଫେବୃଆରୀ ୨୪: ବ୍ୟାଙ୍କରୁ ହଜାର ହଜାର କୋଟି ଠକି ନେଇଥିବା ଭାରତୀୟ ଠକ ବ୍ୟବସାୟୀ ଭାରତକୁ ଫେରାଇଛନ୍ତି ୧୮,୦୦୦ କୋଟି । ବୃହତ ବ୍ୟାଙ୍କ ଋଣ ଠକେଇ ଓ ଅର୍ଥ ହେରଫେର ମାମଲାରେ ୩ ପଳାତକ ଭାରତକୁ ଏହି ଟଙ୍କା ଫେରାଇଥିବା ନେଇ ସୂଚନା ରହିଛି । ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସୀ ଏହି ଅର୍ଥ ବ୍ୟାଙ୍କକୁ ଫେରାଇ ଥିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି । ପଳାତକ ବ୍ୟବସାୟୀମାନେ ଦେଶ ଛାଡ଼ି ଚାଲିଯାଇଥିବାରୁ ସେମାନଙ୍କ ଉପରେ ବଳପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନି । ତେବେ ଏହି ଅର୍ଥ ଭିତରୁ ୪ ହଜାର ୭୦୦ କୋଟି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ପଳାତକଙ୍କ ନିକଟରୁ ଅର୍ଥ ଆଦାୟ କରିବା ପାଇଁ ଇଡି ନିକଟରେ ଯଥେଷ୍ଟ କ୍ଷମତା ରହିଥିବା ସଲିସିଟର ଜେନେରାଲ କହିଛନ୍ତି । ତେବେ ଆଗାମୀ ଦିନରେ ସେମାନଙ୍କ ଠାରୁ ସମ୍ପୂର୍ଣ ରାଶି ଆଦାୟ କରିବାକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେକିବାକୁ ବାକି ରହିଲା।
More Stories
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ