The Topmost

“The eyes believe themselves, the ears believe other people.”

ବିଜୟ ମାଲ୍ୟାଙ୍କୁ ୪ ବର୍ଷ ଜେଲ ଦଣ୍ଡ !

ବିଜୟ ମାଲ୍ୟାଙ୍କୁ ୪ ବର୍ଷ ଜେଲ ଦଣ୍ଡ । ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ ବିଜୟ ମାଲ୍ୟାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ନ୍ୟାୟାଳୟ ପକ୍ଷରୁ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ନିୟୁତ ଡଲାର ଜମା କରିବାକୁ କହିଛନ୍ତି । ଏହା କରିବାରେ ବିଫଳ ହେଲେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି । ପାଞ୍ଚ ବର୍ଷ ପୂର୍ବେ ମେ ୯, ୨୦୧୭ ରେ ବିଜୟ ମାଲ୍ୟାଙ୍କୁ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ବ୍ୟାଙ୍କଗୁଡିକର ଏସବିଆଇ ନେତୃତ୍ୱାଧୀନ କନସୋର୍ଟିୟମ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ସେ ତାଙ୍କ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ବିଜୟ ମାଲ୍ୟା ହାଜର ହୋଇନଥିଲେ କି ତାଙ୍କ ତରଫରୁ କୌଣସି ଓକିଲ ଆସି ନଥିଲେ। ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ ।