ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିବାବେଳେ ମୃତ୍ୟୁକୁ ନେଇ ସନ୍ଦେହ ବଢିଛି । ସୂଚନା ଅନୁସାରେ ଗତକାଲି ବିଜେବି କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢ଼ିଛି । ୩ ସିନିୟରଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଛାତ୍ରୀ । ସେଥିରେ ସେ ଲେଖିଛନ୍ତି ଯେ ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି କିନ୍ତୁ ସିନିୟର ମୋତେ ହଷ୍ଟେଲରେ ବଞ୍ଚେଇ ଦେଲେନି । ତେବେ ନୋଟରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା । ଯେଉଁଥିପାଇଁ ପରିବାର ଲୋକଙ୍କ ମଧ୍ୟରେ ଅଧିକା ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍