କର୍ଣ୍ଣାଟକର ବାଙ୍ଗାଲୁରୁରେ ବିଜେପି ବିରୋଧରେ ଏକାଠି ହେବେ ୨୪ ଦଳ । ଆସନ୍ତା ୧୭-୧୮ ତାରିଖ ଦୁଇଦିନ ଧରି ହେବାକୁ ଥିବା ବୈଠକରେ ବିଜେପି ବିରୋଧରେ ଏହି ଦଳମାନେ ଏକାଠି ହେବେ। ବିହାରର ପାଟଣାରେ ହୋଇଥିବା ବିରୋଧୀ ଦଳମାନଙ୍କ ଗତ ବୈଠକରେ ୧୫ ଦଳ ସାମିଲ ହୋଇଥିଲେ। ଯାହା ବଢ଼ି ୨୪ରେ ପହଞ୍ଚିଛି। ବାଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଆରଏଲ୍ଡିର ଜୟନ୍ତ ଚୌଧୁରୀ ସାମିଲ ହେବେ। ଯିଏ କି ଗତ ବୈଠକରେ ଯୋଗଦେଇ ନ ଥିଲେ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଦିଲ୍ଲୀରେ କଂଗ୍ରେସ୍ ସହ ଅପଡ଼ ଥିଲେ ହେଁ ଚଳିତ ବୈଠକରେ ଆମ୍ ଆଦ୍ମୀ ପାର୍ଟି ମଧ୍ୟ ଯୋଗଦେବାର ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଅଧ୍ୟାଦେଶ ନେଇ କଂଗ୍ରେସ କେଉଁ ରଣନୀତି ଆପଣାଇବ ତାହା ସ୍ପଷ୍ଟ କରୁନି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ