ବିଆରଏସରେ ଓଡ଼ିଶା ନେତା ମିଶିବା ନେଇ ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ l ସେହିପରି ବିଜେପି ଉପରେ ବର୍ଷିଛନ୍ତି ଜୟଦେବ l ସେ କହିଛନ୍ତି, ବିଜେପି ସଂଗଠନ ଏବେ ଭାଗଭାଗ l ରାଜ୍ୟ ବିଜେପିର ୪- ୫ ଜଣ ନେତା ମାନସିକ ସ୍ତରରେ ଏକାଠି ନାହାନ୍ତି କି ଏକାଠି ହୋଇ ପାରିବେନି l ୨୦୧୯ରେ ବିଜେପି ଅର୍ଥ ଓ ବିଭିନ୍ନ ଲୋଭ ଦେଖାଇ କଂଗ୍ରେସର କିଛି ନେତାଙ୍କୁ ନେଇଥିଲା l ସେମାନଙ୍କୁ ନିର୍ବାଚନରେ ବ୍ୟବହାର କଲା l ଯେଉଁମାନେ ବିଜେଡି କି କଂଗ୍ରେସରେ ମିଶି ପାରୁନାହାନ୍ତି, ସେମାନଙ୍କୁ ବିଜେପି ନେଉଛି l ଗିରିଧର ଗମାଙ୍ଗଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କଲା l ତାପରେ ତାଙ୍କୁ ଅପମାନିତ କଲା l ବିଜେପି ୨୦୧୯ରେ ମିଶନ- ୧୨୦ ନାରା ଦେଇଥିଲା l ଏବେ ତାଙ୍କ ସ୍ଥିତି କ’ଣ ବୋଲି ଜୟଦେବ ଜେନା ପ୍ରଶ୍ନ କରିଛନ୍ତି l
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ