୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ସ୍ୱତନ୍ତ୍ର ରଣନୀତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସଭାପତି ବଦଳାଇଛି ବିଜେପି । ବିଜେପି ଚାରୋଟି ରାଜ୍ୟରେ ନିଜର ସଭାପତି ବଦଳାଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନାର ବିଜେପି ପ୍ରଦେଶ ସଭାପତି ରୂପରେ ନିଯୁକ୍ତି ଦିଆଯାଇଛି । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାରଖଣ୍ଡ ଏବଂ ସୁନୀଲ ଝାଖଡଙ୍କୁ ପଞ୍ଜାବରେ ଦଳୀୟ ନେତୃତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରନ କୁମାର ରେଡ୍ଡୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଛି । ସେ ଏପ୍ରିଲ ମାସରେ ବିଜେପିରେ ସାମିଲ ହୋଇଥିଲେ । ଏଟାଲା ରେଜେନ୍ଦ୍ରଙ୍କୁ ତେଲେଙ୍ଗାନାରେ ବିଜେପିର ନିର୍ବାଚନ ପ୍ରବନ୍ଧନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବିଜେପି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତିଗୁଡ଼ିକୁ ଅନ୍ତିମ ରୂପ ଦେଇଛନ୍ତି ଏବଂ ଏହା ତତ୍କାଳ ପ୍ରଭାବରେ ଲାଗୁ ହେବ । ପଞ୍ଜାବ ବିଜେପି ସଭାପତି ଭାବେ ଅଶ୍ୱିନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଝାଖଡ଼ଙ୍କୁ ନିଯୁକ୍ତି ଦେଇ ବିଜେପି ରାଜ୍ୟରେ ତାଙ୍କୁ ହିନ୍ଦୁ ଚେହେରା ରୂପରେ ଲଞ୍ଚ୍ କରିଛି । ଅନୁମାନ କରାଯାଉଛି ଯେ ବିଜେପି ଅକାଳି ଦଳ ସହିତ ପୁଣିଥରେ ମେଣ୍ଟ କରିପାରେ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର