କଂଗ୍ରେସ ମହାଧିବେଶନରେ ୫୮ ସୂତ୍ରୀ ରାଜନୈତିକ ପ୍ରସ୍ତାବ ଗୃହିତ । ନିର୍ବାଚନୀ ସଂସ୍କାର, ଇଲେକ୍ଟ୍ରୋରାଲ ବଣ୍ଡ, ଇଭିଏମ, ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଆଦି ପ୍ରସଙ୍ଗ ସମେତ ଏଥିରେ ଅନ୍ୟାନ୍ୟ ପ୍ରସ୍ତାବ ରହିଛି । ଗୃହିତ ପ୍ରସ୍ତାବରେ ବିଜେପିର ଗେମ୍ ପ୍ଲାନକୁ ତୀବ୍ର ସମାଲୋଚନା କରାଯାଇଛି । ୨୦୨୪ରେ ବିଜେପିର ପରାଜୟ ନେଇ କଂଗ୍ରେସ ସୂଚନା ଦେବା ସହ ରାଜନୈତିକ ଦଳ ଓ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଜେପି ଏକ ବୃହତ ଚାଲେଞ୍ଜ ବୋଲି ଦର୍ଶାଯାଇଛି । ଦଳ ପକ୍ଷରୁ କୁହାଯାଇଛି, ‘ବର୍ତ୍ତମାନ ଚାଲିଥିବା ଇଲେକ୍ଟୋରାଲ ବଣ୍ଡ ନାମରେ ବ୍ୟାପକ ଅନିୟମିତତା ହେଉଛି । ତେଣୁ ଏକ ଜାତୀୟ ନିର୍ବାଚନ ପାଣ୍ଠି ଗଠନ କରାଯାଉ । ସ୍ବଚ୍ଛତା ଭିତ୍ତିରେ ବିଭିନ୍ନ ଦଳକୁ ଏହି ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଉ । ଦେଶରେ ଭୋଟରଙ୍କ ଆସ୍ଥା ଲାଗି ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବରେ ଦାବି କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଉଠାଇବାକୁ ପରାମର୍ଶ ଦିଆଯାଇଛି ।’
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍