The Topmost

“The eyes believe themselves, the ears believe other people.”

ବିଜେପିକୁ ସାଂସଦ ଲଲନ ସିଂ ଙ୍କ ଟାର୍ଗେଟ୍

୨୦୨୪ ରେ ବିଜେପି ମୁକ୍ତ ହେବ ଦେଶ ! ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଜେଡିୟୁ ନେତା । ଦଳର ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂ ସୁସିଲ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ସୁସିଲ ମୋଦୀଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଘଟଣା ମନେ ପକାଇ କହିଛନ୍ତି ଯେ ଏହି ଦୁଇ ରାଜ୍ୟରେ ଜେଡିୟୁ ବିଜେପି ସହ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଜିତିଥିଲା । ତେଣୁ ଜେଡିୟୁ ମୁକ୍ତ ଭଳି ଦିବାସ୍ୱପ୍ନ ବିଜେପି ଦେଖିବା ବନ୍ଦ କରୁ । ମଣିପୁରରେ ନିତୀଶଙ୍କ ପାର୍ଟି ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ପ୍ରଥମଥର ଜେଡିୟୁ ନେତାଙ୍କ ଏଭଳି ପ୍ରତିକ୍ରିୟା ଆସିଛି । ଲଲନ ସିଂ କହିଛନ୍ତି କି ମଣିପୁରରେ ପୁଣିଥିରେ ବିଜେପିର ନୈତିକ ଆଚରଣ ସମସ୍ତଙ୍କ ସାମ୍ନାକୁ ଆସିଛି । ୨୦୧୫ ରେ ପ୍ରଧାନମନ୍ତ୍ରୀ ୪୨ ଟି ସଭା କରିବା ପରେ ୫୩ ଟି ଆସନ ଜିତିବାରେ ସଫଳ ହୋଇଥିଲେ । ହେଲେ ୨୦୨୪ ରେ ସାରା ଦେଶ ଜୁମଲେବାଜଙ୍କ ଠାରୁ ମୁକ୍ତ ହେବାକୁ ଯାଉଛି ବୋଲି ସେ ସୂଚେଇ ଦେଇଛନ୍ତି ।

SHARE BY