The Topmost

“The eyes believe themselves, the ears believe other people.”

ବିଜେପିକୁ କଂଗ୍ରେସର ଖୋଲା ଚ୍ୟାଲେଞ୍ଜ

ଆଜି ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଧୁବ୍ରୀରୁ ଆରମ୍ଭ ହୋଇଛି । ଆସାମରେ ଏହି ଯାତ୍ରାର ଆଜି ଶେଷ ଦିନ । ଗୌହାଟୀରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ପୋଲିସର ସଂଘର୍ଷ ଓ ରାହୁଲ ଗାନ୍ଧୀଙ୍କ ଏଫଆଇଆରକୁ ନେଇ ବର୍ଷିଛି କଂଗ୍ରେସ । କଂଗ୍ରେସ ସାଂସଦ ଅବଦୁଲ ଖାଲେକ କହିଛନ୍ତି, ଯଦି ସେ (ହିମନ୍ତ ବିଶ୍ବ ସରମା) ସାହାସ କରନ୍ତି, ତାହା ହେଲେ ଗିରଫ କରି ଦେଖାନ୍ତୁ । ଏବେ ଗିରଫ କରନ୍ତୁ । ଲୋକାସଭା ନିର୍ବାଚନ ପରେ କାହିଁକି ? ସେ ତାଙ୍କ ସୁବିଧା ପାଇଁ ପୋଲିସକୁ ବ୍ୟବହାର କରୁଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି, ତାଙ୍କୁ ମାମଲା ଦାଏର କରିବାକୁ ଦିଆଯାଉ । ଆମେ ଆମ ଯାତ୍ରା ଜାରି ରଖିବା । ଧର୍ମ ଏବଂ ଭାଷା ଆଧାରରେ ସେମାନେ ଦେଶକୁ ଭାଗ କରନ୍ତୁ । ଆମେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମାଧ୍ୟମରେ ଦେଶକୁ ଏକାଠି କରିବା ଜାରି ରଖିବା । ସେ (ଆସାମ ମୁଖ୍ୟମନ୍ତ୍ରୀ) ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଏବଂ ସେ ମଧ୍ୟ ଏହା କହିବେ ବୋଲି ଆଶା କରାଯାଉଛି । ସେପଟେ ଏନେଇ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ଆସାମକୁ ଅସ୍ଥିର କରିବା ସେମାନଙ୍କର ଲକ୍ଷ୍ୟ । ଏବେ ସେ ଧୁବ୍ରୀରେ ନ୍ୟାୟ ଯାତ୍ରା ବାହାର କରିବାକୁ ଚାହୁଁଛନ୍ତି । ସେଥିରେ ମୋର କୌଣସି ଆପତ୍ତି ନାହିଁ । ଲୋକସଭା ନିର୍ବାଚନ ପରେ ଆମେ ତାଙ୍କୁ ଗିରଫ କରିବୁ । ଯଦି ଆମେ ସେମାନଙ୍କୁ ପ୍ରଥମେ ଗିରଫ କରିବା ତେବେ ଏହା ରାଜନୀତିକରଣ ହେବ । ଏକ ମାମଲା ରୁଜୁ ହୋଇଛି ଏବଂ ଏସଆଇଟି ଏହାର ତଦନ୍ତ କରିବ । ଆମ ପାଖରେ ପ୍ରମାଣ ଅଛି । ଗତକାଲିର ଘଟଣା ବହୁତ ବଡ ଥିଲା ଏବଂ ଗୁଆହାଟୀରେ କିଛି ବି ହୋଇପାରିଥାନ୍ତା । ଲୋକସଭା ନିର୍ବାଚନ ପୂର୍ବରୁ ଆମେ ରାଜନୀତି କରିବାକୁ ଚାହୁଁନାହୁଁ କାରଣ ଆମେ ନିର୍ବାଚନ ଜିତିବାକୁ ଯାଉଛୁ ।