ଆମେରିକାରେ ବିଜୁଳି ତାରରେ ଧକ୍କା ଖାଇଲା ବିମାନ । ଘଟଣାରେ ୩ ଯାତ୍ରୀ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣାଟି ଆମେରିକାର ମେରିଲାଣ୍ଡ୍ ଅନ୍ତର୍ଗତ ମଣ୍ଟଗମେରି କାଉଣ୍ଟିରେ ଘଟିଛି । ଏନେଇ ଅଗ୍ନିଶମ ଓ ଉଦ୍ଧାର ସେବାର ମୁଖ୍ୟ ମୁଖପାତ୍ର ପିଟ୍ ପାଇରିଙ୍ଗର୍ କହିଛନ୍ତି । ତେବେ ଘଟଣାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ମେଘୁଆପାଗ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ବିଜୁଳି ତାରରେ ଛନ୍ଦି ହୋଇ ଲାଖିଯାଇଥିବାରୁ ବିମାନଟିକୁ ଉଦ୍ଧାର କରାଯିବା ବେଳେ ବିଜୁଳି କାଟିବାକୁ ପଡ଼ିଥିଲା । ଫଳରେ ୮୦,୦୦୦ ଉପଭୋକ୍ତାଙ୍କ ଘର ଅନ୍ଧାର ହୋଇଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ