ଉତ୍ତର ପ୍ରଦେଶରେ ବିଜୁଳି କାଟକୁ ନେଇ ଆକ୍ସନମୋଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସେ ଶକ୍ତିମନ୍ତ୍ରୀ ଏ.କେ ଶର୍ମା, ୟୁପିପିସିଏଲର ଅଧ୍ୟକ୍ଷ ଏମ୍ ଦେବରାଜ ଓ ଅଧିକାରୀଙ୍କୁ ନୋଟିସ କରିବା ସହ ନିର୍ଦ୍ଦେଶ ଦେଇଛନ୍ତି କି ବିଜୁଳି ଯୋଗାଣରେ ଅନିୟମିତତା ଦେଖାଦେଲେ ଏଥିପାଇଁ ଫିଡର ୱାଇଜ ଜବାବ ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ତୁରନ୍ତ ରାଜ୍ୟରେ ଥିବା ବିଦ୍ୟୁତ ବ୍ୟବସ୍ଥାର ସୁଧାର ଅଣାଯିବ । ଆବଶ୍ୟକ ପଡିଲେ ଅତିରିକ୍ତ ବିଜୁଳି ମଧ୍ୟ ଯୋଗାଣ କରାଯିବ । ମୁଖ୍ୟମନ୍ତ୍ରୀ ବିଜୁଳି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କି, ରାଜ୍ୟରେ କୌଣସି ସ୍ଥାନରେ ବିଜୁଳି ସଂକଟ ଯେଭଳି ଦେଖାନଦିଏ । ଯଦି ଆବଶ୍ୟକ ପଡୁଛି ତେବେ ଆବଶ୍ୟକତା ମୁତାବକ ବିଜୁଳି କିଣି ଜନତାଙ୍କୁ ବିତରଣ କରାଯାଉ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି, ଗାଁ ହେଉ କି ସହର ଟ୍ରାନ୍ସଫରମର ଖରାପ ହେଲେ ତୁରନ୍ତ ତାହାକୁ ବଦଳାଯାଉ । ଏହାସହ ପ୍ରତି ଦିନ ଗୋଟିଏ ଜିଲ୍ଲାରେ ବିଦ୍ୟୁତ୍ ସମସ୍ୟା ନେଇ ସମୀକ୍ଷା କରାଯାଉ ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉ । ଏହାସହ ପ୍ରତି ଜିଲ୍ଲାରେ ବିଦ୍ୟୁତ କଣ୍ଟ୍ରୋଲ ରୁମ କରାଯାଇ ଏହାର ନିରୀକ୍ଷଣ ଜିଲ୍ଲାପାଳମାନେ କରନ୍ତୁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ