The Topmost

“The eyes believe themselves, the ears believe other people.”

ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ୍ ଭିକ୍ଟୋରିଆ

ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଓକିଲ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ମାମଲା । ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ୍ ଭିକ୍ଟୋରିଆ ଗୌରୀ । ଏନେଇ ତାଙ୍କ ବିରୋଧରେ ହୋଇଥିବା ଆବେଦନ ଗ୍ରହଣ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ କହିଛନ୍ତି କି, ଏହି ମାମଲାରେ କୋର୍ଟଙ୍କ ତରଫରୁ କୌଣସି ଆଦେଶ ଜାରି କରାଯାଇପାରିବ ନାହିଁ । ଏନେଇ ସୋମବାର ଦିନ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ବିଆର ଗବଇଙ୍କ ସ୍ୱତନ୍ତ୍ର ଖଣ୍ଡପୀଠରେ ହୋଇଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ କି ଏହା ଏକ ଅସାଧାରଣ ମାମଲା ହୋଇଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । ଆବେଦନକାରୀଙ୍କ ପକ୍ଷରୁ ଓକିଲ କହିଥିଲେ କି ଯୋଗ୍ୟତା ଓ ଉପଯୁକ୍ତତା ମଧ୍ୟରେ ପାର୍ଥକ୍ୟ ରହିଛି । ଏହାକୁ ନେଇ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ କି ଏଭଳି ଅନେକ ମାମଲା ରହିଛି ଯେତେବେଳେ ରାଜନୈତିକ ପୃଷ୍ଟଭୂମିର ଲୋକଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।