ନିଜ ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଚୀନ୍ କୁ ନିବେଦନ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ଚୀନର ଏକ ସରକାରୀ ଗସ୍ତରେ ଆସିଥିବା ମୋଇଜୁ ମାଳଦ୍ୱୀପ ବିଜନେସ୍ ଫୋରମ୍କୁ ସମ୍ବୋଧିତ କରିଥିଲେ । ସେ ଚୀନ୍କୁ ମାଳଦ୍ୱୀପର ନିକଟତମ ସହଯୋଗୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଆମର ନିକଟତମ ସହଯୋଗୀ ତଥା ବିକାଶ ଭାଗିଦାରୀ ମଧ୍ୟରୁ ଅନ୍ୟତମ । ଭାରତ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡ଼ିଛି । ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଗସ୍ତ ବାତିଲ କରିବା ଘଟଣାପରେ ମୋଇଜୁ ଏହି ଅପିଲ ଆସିଛି । ଏହି ବିବାଦ ଏବେ ଅଧିକ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଳଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବି ସବୁ ବିବାଦ ମଧ୍ୟରେ ମାଳଦ୍ୱୀପ ପର୍ଯ୍ୟଟନକୁ ବଡ଼ ଝଟକା ଲାଗିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ