The Topmost

“The eyes believe themselves, the ears believe other people.”

ବିକଶିତ ଭାରତର ସ୍ୱପ୍ନ ପୂରଣ ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ

ପ୍ରଧାନମନ୍ତ୍ରୀ ଅମୃତ କାଳରେ ପାଞ୍ଚଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱବାନ୍ ହେବାକୁ ଆହ୍ୱାନ କରିଛନ୍ତି । କାରଣ, ଭାରତୀୟମାନେ ଦାୟିତ୍ୱବାନ୍ ହେଲେ ଏବଂ ଆମ ଦେଶର ଶ୍ରମବଳ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶ୍ୱର ଆର୍ଥିକ ମହାଶକ୍ତିର ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ରେକଗ୍‌ନାଇଜେସନ ଅଫ୍ ପ୍ରାୟର୍ ଲର୍ଣ୍ଣିଂ ଦକ୍ଷତା ତାଲିମ ଅଧୀନରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ଅଞ୍ଚଳର ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ବିତରଣ କରିଛନ୍ତି । ଏହି ତାଲିମ ଅଧୀନରେ ନୂଆ କୌଶଳ ସହ ଯୋଡ଼ି ହୋଇଥିବା ଯୁବବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଆମେ ଅଗ୍ରସର ହେଉଥିବା ବେଳେ ଦକ୍ଷତା ବିକାଶ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ଶ୍ରମବଳ ସମର୍ପିତ କଲେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ । ସେଥିପାଇଁ ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ ।