ବିଏସପି ବିଧାୟକ ରାଜୁ ପାଲ ମର୍ଡର କେସ ମାମଲା । ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ବଡ଼ ରାୟ । ମାଫିଆ ଆତିକ ଅହମ୍ମଦ, ଭାଇ ଅସରଫ ସମେତ ୩ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସ୍ପେଶାଲ ଏମପି-ଏମଏଲଏ କୋର୍ଟ । ଅନ୍ୟ ୭ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ୧୭ବର୍ଷ ପରେ ଡନ୍ ଅତିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନ୍ୟାୟାଳୟ । ୨୦୦୬ରେ ଆତିକ , ତାର ସହଯୋଗୀ ଉମେଶ ପାଲକୁ ଅପହରଣ ଓ ପରିବାରକୁ ହତ୍ୟା ଧମକ ଦେଇଥିଲେ । ଏହାସହ ଉମେଶକୁ କୋର୍ଟରେ ମିଛ ବୟାନ ଦେବାକୁ ଧମକ ଦେଇଥିଲେ । ୨୦୦୭ରେ ଉତ୍ତରପ୍ରଦେଶରେ ମାୟାବତୀ ସରକାର ଆସିବା ପରେ ଆତିକ ଓ ଅସରଫ ସମେତ ୧୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତରେ ଅନ୍ୟ ୬ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ପୋଲିସ ମୋଟ ୧୧ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା । ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା