ସହରକୁ ସ୍ବଚ୍ଛ ଓ ସବୁଜ କରିବାକୁ ବିଏମସି ଚଳାଇଛି ମିସନ ଗ୍ରୀନ କ୍ଲିନ । ଏ ସବୁ କରିବା ପଛରେ କାରଣ ହେଉଛି ପରିବେଶକୁ ସଫା ରଖିବା । ଏହା ସହିତ ସ୍ବେରେଜ ଲେନକୁ ଓ୍ବାଟକୋ ସଫା କରିବା ସହ ରକ୍ଷଣାବେକ୍ଷଣ କରିବ । ଯାହାଦ୍ବାରା ବିଏମସି କର୍ମଚାରୀଙ୍କୁ ସଫା କରିବା ସହଜ ହେବ । ଯାହା ଫଳରେ ମଶାଙ୍କ ଉପଦ୍ରବ କମିବା ସହିତ ସହର ସଫା ସୁତୁରା ରହିବ । ଏନେଇ ବିଭିନ୍ନ ଓ୍ବାର୍ଡର କଞ୍ଜରଭେନ୍ସି ଲେନରେ କେମିତି କାମ ଛାଲିଛି କାମ, ସେସବୁର ସମୀକ୍ଷା କରିଛନ୍ତି ବିଏମସି କମଶନର । ସମୀକ୍ଷା ବେଳେ ସ୍ଥାନୀୟ କର୍ପୋରେଟର, ସାନିଟେସନ ଡେପୁଟି କମିଶନର, ସାଉଥ ଜୋନ ଜେଡିସି, ଯନ୍ତ୍ରୀ ଏବଂ ଓ୍ବାଟକୋ ଟିମ୍ ଉପସ୍ଥିତ ଥିଲେ । ବିଏମସି ପକ୍ଷରୁ ସାଉଥ ଓ୍ବେଷ୍ଟ ଓ ଇଷ୍ଟ ଜୋନରେ ୮୭ କିଲୋମିଟର ପର୍ଯ୍ୟନ୍ତ ପେଭର ବ୍ଲକ ପକାଇବାକୁ ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା ୪୭ କିଲୋମିଟର ପର୍ଯ୍ୟନ୍ତ କାମ ସରିଲାଣି । ନୂଆବର୍ଷ ସୁଧା କାମ ସାରିବାକୁ ଲକ୍ଷ୍ୟ ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା