ଟ୍ୱିଟରରେ ନିଜର ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ନିଜର ଟ୍ୱିଟର ବାୟୋ ବଦଳାଇବା ସହ ଇଣ୍ଡିଆ ବଦଳରେ ଭାରତ ରଖିଛନ୍ତି । ଏନେଇ ସେ ଟ୍ୱିଟ୍ କରି କହିଛନ୍ତି, ଇଂରେଜ ମାନେ ଆମ ଦେଶର ନାଁ ଇଣ୍ଡିଆ ରଖିଥିଲେ । ଆମର ପୂର୍ବପୁରୁଷ ଭାରତ ପାଇଁ ଲଢେଇ କରିଥିଲେ ଏବଂ ଆମେ ମଧ୍ୟ ଭାରତ ପାଇଁ କାମ କରିବା ଜାରି ରଖିବୁ । ହିମନ୍ତ ବିଶ୍ୱଶର୍ମାଙ୍କ ପୁରୁଣା ଟ୍ୱିଟର ବାୟୋରେ ଚିଫ୍ ମିନିଷ୍ଟର ଅଫ୍ ଆସାମ, ଇଣ୍ଡିଆ ଉଲ୍ଲେଖ ରହିଥିଲା । କିନ୍ତୁ ଏବେ ତାହାକୁ ବଦଳାଇ ଚିଫ୍ ମିନିଷ୍ଟର ଅଫ୍ ଆସାମ, ଭାରତ ବୋଲି ଉଲ୍ଲେଖ ରହିଛି । ତେବେ ହିମନ୍ତ ନିଜର ବାୟୋ ସେତେବେଳେ ବଦଳାଇଛନ୍ତି ଯେତେବେଳେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ସେପଟେ ହିମନ୍ତଙ୍କ ଏଭଳି ବାୟୋ ପରିବର୍ତ୍ତନ ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ନେତା କହିଛନ୍ତି, ଯାହାକୁ ଇଣ୍ଡିଆ ଭଲ ଲାଗୁନି ସେମାନେ ପାକିସ୍ତାନ ଚାଲି ଯାଉନାହାନ୍ତି କାହିଁକି ? ବାଙ୍ଗାଲୋରରେ ୨୬ ବିରୋଧୀ ଦଳ ଏକାଠି ହେବା ପରେ ବିଜେପି ନେତୃତ୍ୱାଧୀନ ଏନଡିଏର ଚିନ୍ତା ବଢିଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ