The Topmost

“The eyes believe themselves, the ears believe other people.”

ବାୟୁ ବୀରଙ୍କ ବୀରତ୍ବକୁ ମନେ ପକାଉଛି ଦେଶ

ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା । ଦେଶ ସୁରକ୍ଷାରେ ବାୟୁସେନାର ଭୂମିକାକୁ ଆଜି ମନେ ପକାଉଛି ସାରା ଦେଶ । ଆଜି ଉତ୍ତରପ୍ରଦେଶର ପ୍ରୟାଗରେଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇବ ବାୟୁସେନା । ସହିଦ ବାୟୁ ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି । ଏଥିସହ ବାୟୁସେନାର କିଛିଟା ପରିବର୍ତ୍ତନ ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି । ପ୍ରୟାଗରାଜରୁ ସାରା ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ଦମ୍ । ଏଠାରେ ହେବାକୁ ଥିବା ଏୟାର ଶୋ’ରେ ରାଫେଲ୍ ଦେଖାଇବ ନିଜ ପରାକ୍ରମ । ଏହାସହ ତେଜସ୍ ଫାଇଟର ଜେଟ ଦେଖାଇବ ଦମ୍ । ସେହିପରି ଚେତକ ଓ ରୁଦ୍ର ହେଲିକପ୍ଟରର ପରାକ୍ରମ ଦେଖିବ ସାରା ବିଶ୍ବ । ଏହାସହ ଟାଇଗର ମାର୍ଥ ବିମାନ, ହାର୍ବଟ ଟ୍ରେନର୍, ଟ୍ରାନ୍ସପୋର୍ଟ ବିମାନ ସି ଓ୍ବାନ ୩୦ ବି ଦେଖାଇବେ ପରାକ୍ରମ ।