ବାୟୁସେନାର ତିନୋଟି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ଭରତପୁର ଓ ମଧ୍ୟପ୍ରଦେଶର ମୁରୈନା ନିକଟରେ ଏହି ଘଟଣା ଘଟିଛି । ରାଜସ୍ଥାନରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶର ମୁରୈନାରେ ମିରାଜ-୨୦୦୦ ଓ ସୁଖୋଇ ୩୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ବିମାନ ଗୋଆଲିଅର ବିମାନଘାଟିରୁ ଉଡିଥିଲେ । କୁହାଯାଉଛି ଯେ, ବିମାନ ଅଭ୍ୟାଶ ଉଡାଣରେ ଥିଲେ । ରାଜସ୍ଥାନର ଭରତପୁରରୁ ଆସୁଥିବା ସୂଚନା ଅନୁସାରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭରତପୁରର ଉଚ୍ଚୈନ ଥାନା ଅଂଚଳରେ ହୋଇଛି । ବୈଶୟିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି । ବିମାନଟି ସେନାର କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ