ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି । ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି । ସେହିପରି ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି ।ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ଏବଂ ବିଜେପିକୁ ୨୧ ଖଣ୍ଡ ଭୋଟ୍ ମିଳିଛି । ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ । ବିଜେଡି ପ୍ରାର୍ଥୀଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀନୀ ଦେବାଶ୍ମିତା ଶତପଥୀଙ୍କ ବିଜୟ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ମାତ୍ର ୭୩୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି