ବାହାନଗା ରେଳ ଦୁର୍ଘଟଣାକୁ ୪ ମାସ ପରେ ୨୮ ମୃତଦେହ ସଂସ୍କାର କରାଯିବ । ଚିହ୍ନଟ ହୋଇନପାରି ଭୁବନେଶ୍ବର ଏମ୍ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସଂସ୍କାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍ସକୁ ଆସିଥିଲା। ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସରିଥିବା ବେଳେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ ରହିଥିଲା। ଏହି ମୃତଦେହ ଗୁଡିକ କାହାର ତାହା ଚିହ୍ନଟ ହୋଇପାରିନଥିବା ବେଳେ କେହି ଦାବିଦାର ମଧ୍ୟ ଆସୁନାହାନ୍ତି । ତେବେ ଭୁବନେଶ୍ବର ଏମ୍ସରେ ବାତାନୁକୂଳିତ କଣ୍ଟେନରରେ ଥିବା ୨୮ ମୃତଦେହକୁ ସଂସ୍କାର କରିବା ପାଇଁ ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ ଭୁବନେଶ୍ବର ମହାନଗର ନିଗମକୁ ଚିଠି କରିବା ପରେ ବିଏମସି ମୃତଦେହକୁ ସଂସ୍କାର କରିବା ପାଇଁ SOP ଜାରି କରିଛି। SOP ଅନୁସାରେ, AIIMS ଭୁବନେଶ୍ଵରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ