The Topmost

“The eyes believe themselves, the ears believe other people.”

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ସମ୍ମାନ 

() ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିଅନସପିର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି । ଆପରାହ୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ମୁକାବିଲା ଆରମ୍ଭ ହୋଇଛି । ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଟ୍ରାଜେଡି ଘଟଣାକୁ ଫାଇନାଲରେ ମନେପକାଇଛନ୍ତି ସମସ୍ତେ । ମ୍ୟାଚ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମେତ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦୁଇ ଦେଶର ଖେଳାଳି ମୃତକଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ବାହାନଗା ଦୁର୍ଘଟଣାରେ ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦେଶର ଖେଳାଳି ଏବଂ ଅମ୍ପାୟାର କଳା ଆର୍ମ ବ୍ୟାଣ୍ଡସ ପିନ୍ଧିଛନ୍ତି ।