ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ବାସଭବନରେ କେ. କବିତାଙ୍କୁ ଜେରା କରିବ ସିବିଆଇ । ବଞ୍ଜରା ହିଲ୍ସ୍ ସ୍ଥିତ ତାଙ୍କ ବାସଭବନରେ ପଚରା ଉଚରା କରିବ । ଏନେଇ କବିତାଙ୍କ ବାସଭବନ ଚତୁଃପାର୍ଶ୍ବ ଜନଶୂନ୍ୟ ହୋଇଯାଇଛି । ବାସଭବନ ସମ୍ମୁଖରେ ଏକତ୍ର ନ ହେବା ଲାଗି ନିଜାମାବାଦର ପୂର୍ବତନ ସାଂସଦ କେ. କବିତା ଦଳର ନେତା ଓ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି । ତଦନ୍ତରେ ସେ ‘ସିବିଆଇ’କୁ ସହଯୋଗ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, କେ. କବିତାଙ୍କ ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ସହିତ ବାସଭବନ ନିକଟକୁ କାହାକୁ ନ ଛାଡ଼ିବା ଲାଗି ବାରିକେଡ୍ ବସାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ