ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଲୋକମାନେ ଭୟଭୀତ‌ ହୋଇପଡ଼ିଛନ୍ତି । ଏପରିକି ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ସଂପ୍ରଦାୟକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି କିଛି ନେତା ଦାବି କରିଛନ୍ତି। ଏଭଳି ସ୍ଥିତିରେ ଶନିବାର ଆସାମ ପୁଲିସ ୨୨୫୮ ଜଣଙ୍କୁ ଗିରଫ କରିଛି । ଏପରିକି ଏମାନଙ୍କ ମଧ୍ୟରେ ବିବାହ କର୍ମ ସମ୍ପାଦନ କରିଥିବା ପୁରୋହିତମାନେ ମଧ୍ୟ ଅଛନ୍ତି। ଅଭିଯୁକ୍ତଙ୍କ ସଂଖ୍ୟା ୮ ହଜାର ବୋଲି ପୁଲିସ କହିଛି। ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଗତ ୨୩ ତାରିଖରେ ନିଷ୍ପତ୍ତି ନେଇଥିଲା। ଏଥିସହିତ ସଚେତନତା ଅଭିଯାନ ଆରମ୍ଭ ପାଇଁ ମଧ୍ୟ ସ୍ଥିର ହୋଇଥିଲା। କ୍ୟାବିନେଟ ନିଷ୍ପତ୍ତିର ୧୫ ଦିନ ଭିତରେ ପୁଲିସ ୪୦୭୪ଟି ମାମଲା ରୁଜୁ କରିଛି। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୬ରେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଗିରଫ ଜାରି ରହିବ ।

SHARE BY