ବାଲେଶ୍ବର ବିକାଶରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଏହା ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ଶ୍ରମିକ ମାନଙ୍କର ଜରୁରୀ ଚିକିତ୍ସା ପାଇଁ ଏଠାରେ ଏକ ESI ହସପିଟାଲ୍ ନାହିଁ । ଫଳରେ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଛି । ଏ ବିଷୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମାନ୍ୟବର କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ଯାଦବଙ୍କୁ ଗତ 19 ମେ 2022 ତାରିଖରେ ଭେଟି ESI ହସପିଟାଲ ପ୍ରତିଷ୍ଠା ପାଇଁ ପତ୍ର ଦେବା ସହିତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କୁ ମଧ୍ୟ୍ୟ ଏ ବିଷୟରେ ଅବଗତ କରାଇଥିଲେ l ବିଭାଗୀୟ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଧ୍ୟାନ କରି ଆଜି ମାନ୍ୟବର ମନ୍ତ୍ରୀ ଏନେଇ ସମ୍ମତି ପ୍ରକାଶ କରିଛନ୍ତି l
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା