ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି। ଭାଗବାନ୍ ବିଷ୍ଣୁଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିସ ଦେଖିବାକୁ ମିଳିବ ଏହି ଟନେଲ ଭିତରେ । ଖାଲି ସେତିକି ନୁହେଁ ବିଭିନ୍ନ ଦେଶୀ ବିଦେଶୀ ପ୍ରଜାତିର ମାଛ ମଧ୍ୟ ରହିବେ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା