ବିବାଦୀୟ ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାର ଆଜି ଶୁଣାଣି । ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ମା’ ଶୃଙ୍ଗାର ଗୌରୀଙ୍କ ମନ୍ଦିରରେ ନିୟମିତ ଦର୍ଶନ ପୂଜନ ପାଇଁ ଦାବି କରି ହିନ୍ଦୁ ପକ୍ଷ ଦ୍ୱାରା ହୋଇଥିବା ଆବେଦନ ଉପରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ଶୁଣାଣି ହେବ । ଏହାକୁ ଦୃଷ୍ଟିରେ ରଖି ବାରାଣସୀ ସହରରେ ୧୪୪ ଧାରା ଲାଗୁ କରାଯାଇଛି । ସହରର କୋଣ ଅନୁକୋଣରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ସମ୍ପୂର୍ଣ୍ଣ ସହରରେ ବାରାଣସୀରେ ଗତ ରାତିରୁ ପୋଲିସ ପାଟ୍ରୋଲିଙ୍ଗ ଜାରି ରଖିଛି । ପୋଲିସ କମିଶନର ଏ. ସତୀଶ ଗଣେଶ କହିଛନ୍ତି ଯେ ପୁରା ସହରକୁ ସେକ୍ଟରରେ ବିଭକ୍ତ କରାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ସମସ୍ତ କ୍ଷେତ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ରାପିଡ୍ ଆକ୍ସନ୍ ଫୋର୍ସ ନିୟୋଜିତ କରିବାକୁ କୁହାଯାଇଛି । ଏହାସହ ଜିଲ୍ଲାର ସୀମାରେ ଯାଞ୍ଚ ଏବଂ ସତର୍କତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ