ରାଜଧାନୀର ବାର ମାଲିକମାନେ ଆଉ ମନଇଚ୍ଛା ବାଉନ୍ସର ବା ସୁରକ୍ଷାକର୍ମୀ ନିଯୁକ୍ତ କରିପାରିବେ ନାହିଁ । ବାରରେ ବାଉନ୍ସର ନିଯୁକ୍ତି ନେଇ କଟକଣା । ନିଯୁକ୍ତି ଦେବା ପୂର୍ବରୁ ବାର ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିକି ଯାଞ୍ଚ କରିବେ । ବିଶେଷ କରି ଅପରାଧ ପୃଷ୍ଠଭୂମି ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨ ମାସ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ଏହି ନିୟମ ବଳବତର ରହିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । ନିୟମ ଅନୁସାରେ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ ସୁରକ୍ଷାକର୍ମୀଙ୍କ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବାକୁ ବାର୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ୧୧୨କୁ ଫୋନ୍ କରି ସୁରକ୍ଷା କର୍ମଚାରୀଙ୍କ ସୂଚନା ଦେଇପାରିବେ । ସୁରକ୍ଷା କର୍ମଚାରୀମାନେ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାର ଉଲଂଘନ କରିପାରିବେ ନାହିଁ । ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ଖବର ମିଳିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା