ବାରବାଟୀ ଷ୍ଟାଡିୟମର ଅଧା ମାଲିକାନା ଯିବ ଓସିଏ ହାତକୁ । ପୂର୍ବରୁ ଓଡ଼ିଶା ଅଲିମ୍ପିକ ସ˚ଘ ରାଜ୍ୟ ସରକାରଙ୍କଠୁ ଜମି ଲିଜ୍ରେ ନେଇ ଏହାର ମାଲିକାନା ଜାହିର କରି ଆସୁଥିଲେ ହେଁ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଦିଗରେ ଓଡ଼ିଶା କ୍ରିକେଟ ସ˚ଘ ବା ଓସିଏ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସିଛି । ତେଣୁ ଆଗକୁ ଷ୍ଟାଡିୟମର ମାଲିକାନା ଓଡ଼ିଶା ଅଲମ୍ପିକ ସ˚ଘ ଓ ଓଡ଼ିଶା କ୍ରିକେଟ ସ˚ଘ ମଧ୍ୟରେ ଭାଗ ଭାଗ କରିବାକୁ ଯୋଜନା ଚାଲିଛି । ଏ ଦିଗରେ ପ୍ରାଥମିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଅଲିମ୍ପିକ ସ˚ଘ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜମି ଲିଜ୍ ଉପରେ ସ˚ଘର କାଉନସିଲ ବୈଠକରେ ଆଲୋଚନା ହୋଇଛି । ହେଲେ କୌଣସି ବାଟ ବାହାରି ପାରିନଥିବାରୁ ବାର୍ଷିକ ସାଧାରଣ ପରିଷଦ ବୈଠକରେ ସବିଶେଷ ଆଲୋଚନା ପାଇଁ ସ୍ଥିର ହୋଇଛି । ଅକ୍ଟୋବର ୧୬ ତାରିଖରେ ଏଜିଏମ୍ ପାଇଁ ଦିନ ଧାର୍ଯ୍ୟ ହୋଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା