() ଉତ୍ତରପ୍ରଦେଶର ବାରଣାସୀରେ ୧୬ ବର୍ଷ ତଳେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ବିଚାରପତି । ଏହା ସହିତ ଅନ୍ୟଏକ ମାମଲାରେ ଅଦାଲତ ବଲ୍ଲିଉଲ୍ଲାହକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ୨୦୦୬ରେ ହୋଇଥିବା ସିରିଜ୍ ବ୍ଲାଷ୍ଟରେ ୧୮ ଲୋକଙ୍କ ଜୀବନ ଯାଇଥିଲା । ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ । ଗାଜିଆବାଦ ଜିଲ୍ଲା ଅଦାଲତ ଜୁନ ୪ ତାରିଖରେ ଅଭିଯୁକ୍ତ ବଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୦୬ରେ ବାରଣାସୀ ସଂକଟ ମୋଚନ ହନୁମାନ ମନ୍ଦିର,ଦଶାଶ୍ୱମେଧ ଘାଟ ଓ ରେଳ ଷ୍ଟେଶନରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପଛରେ ପ୍ରତିବନ୍ଧିତ ଇଣ୍ଡିଆନ ମୁଜାହିଦ୍ଦିନର ହାତ ଥିଲା ।
https://thetopmost.in/odishas-famous-tribal-art-saree/
https://thetopmost.in/a-girl-have-a-world-record-for-her-biggest-chick/
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ