ମେଟ୍ରୋ ଟ୍ରେନ୍ ପାଇଁ ବାରଙ୍ଗରେ ତିଆରି ହେବ ଷ୍ଟକୟାର୍ଡ ଓ ରିପ୍ୟାରିଂ ୟାର୍ଡ । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ଯାତାୟତ କରିବ ଏହି ମେଟ୍ରୋ ଟ୍ରେନ୍ । ତେବେ ସେହି ସମୟରେ ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହୁଏ କିମ୍ବା କୌଣସି ଅସୁବିଧା ତା’ର ତୁରନ୍ତ ସମାଧାନ ପାଇଁ ଏହି ୱାର୍କସପ୍ ବ୍ୟବହାର କରାଯିବ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଙ୍ଗ ଅଞ୍ଚଳରୁ ୫୦ ଏକର ଜମିର ସ୍ଥାନ ନିରୂପଣ କରାଯାଇଛି । ଖୁବଶୀଘ୍ର ଏହି ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି