The Topmost

“The eyes believe themselves, the ears believe other people.”

ବାଦବିବାଦ ଭିତରେ ‘ଦି କେରଳ ଷ୍ଟୋରି’କୁ କରମୁକ୍ତ ଘୋଷଣା 

ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ କରମୁକ୍ତ ଘୋଷଣା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ମଧ୍ୟପ୍ରଦେଶରେ କରମୁକ୍ତ ଘୋଷଣା କରିଛନ୍ତି । ଆଜି ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି: ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମୁକ୍ତ କରିଥିବା ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ସେ ନିଜସ୍ବ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି । ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ପୂର୍ବରୁ ‘ବିଜେପି’ ଏବଂ ହିନ୍ଦୁ ସଙ୍ଗଠନ ସବୁ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ନିକଟରେ ଦାବି କରିଥିଲେ । ରାଜ୍ୟରେ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ କରମୁକ୍ତ କରିବା ଲାଗି ରାଜ୍ୟ ମନ୍ତ୍ରୀ ରାହୁଲ୍‌ କୋଠାରି ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପତ୍ର ଲେଖିଥିଲେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଆଧାରିତ ହୋଇଥିବାରୁ ସୁଦୀପ୍ତ ସେନ ନିର୍ଦେଶିତ ଓ ଅଦା ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ କେନ୍ଦ୍ର କରି ବହୁ ବାଦବିବାଦ ଲାଗିରହିଥିଲା ।