ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାଣକୁ ନେଇ କଟକଣା ଜାରି ହୋଇଛି । ପୂର୍ବରୁ ଦିଲ୍ଲୀରେ କେବଳ ବାଣ ନିଷିଦ୍ଧ କରାଯାଇଥିଲା । କିନ୍ତୁ ଏବେ ଦିଲ୍ଲୀରେ ବାଣ ଫୁଟାଇଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଦୀପାବଳିରେ ଯଦି କେହି ବାଣ ଫୁଟାଇବେ ତେବେ ତାଙ୍କୁ ୬ ମାସ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା କରାଯିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ବାଣ ଉତ୍ପାଦନ, ଗଚ୍ଛିତ ଏବଂ ବିକ୍ରି କଲେ ୫୦୦୦ ପର୍ଯ୍ୟନ୍ତ ଜରିମାନା ଏବଂ ୩ ବର୍ଷ ଜେଲ୍ଦଣ୍ଡ ହେବ । ବାଣ କିଣିଲେ କିମ୍ବା ବାଣ ଫୁଟାଇଲେ ୬ ମାସ ଜେଲ୍ ହେବ ବୋଲି ମନ୍ତ୍ରୀ ସତର୍କ କରାଇଦେଇଛନ୍ତି । ରାୟ କହିଛନ୍ତି, ବାଣ ନିଷିଦ୍ଧ ଯୋଜନା କାର୍ଯ୍ୟକାରୀ କରିବାପାଇଁ ୪୦୮ଟି ଟିମ୍ ଗଠନ ହୋଇଛି । ଦିଲ୍ଲୀ ପୁଲିସ ୨୧୦ଟି ଟିମ୍ ଗଠନ କରିଥିବା ବେଳେ ରାଜସ୍ବ ବିଭାଗ ଦ୍ବାରା ୧୬୫ ଟିମ୍ ଗଠନ ହୋଇଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଦ୍ବାରା ୩୩ ଟିମ୍ ଗଠନ ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ