ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସର ମାଷ୍ଟ୍ରରଷ୍ଟ୍ରୋକ । ବେକାରୀ ଯୁବକଙ୍କୁ ମାସିକ ଭତା ଦେବାକୁ ଘୋଷଣା କଲେ ଛତିଶଗଡ଼ ସରକାର । ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୩-୨୪ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ଆଗତ କରିଛନ୍ତି । ଯାହା ରାଜ୍ୟର ଇତିହାସର ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବାଘେଲ ସରକାର ଅଙ୍ଗନୱାଡି କର୍ମୀ, ହୋମଗାର୍ଡଙ୍କ ଏବଂ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍