ଅଭିନେତ୍ରୀ ତମନ୍ନା ଭାଟିଆ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ ‘ବାହୁବଳୀ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରାଯାଇଥିଲା । ଏଥିସହ ତମନ୍ନାଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା ଏବଂ ଭାରତୀୟ ସିନେ ଦୁନିଆରେ ତାଙ୍କ ଡିମାଣ୍ଡ ବଢ଼ିଚାଲିଥିଲା । ତେଣୁ ବ୍ଲକବଷ୍ଟର ‘ବାହୁବଳୀ’ ପରେ ତାଙ୍କ ସାମ୍ନାରେ ଲାଗିଥିଲା ଫିଲ୍ମର ଲମ୍ବା ଲାଇନ । ଏହି କ୍ରମରେ ବର୍ତ୍ତମାନ ତମନ୍ନାଙ୍କ ହାତରେ ଲାଗିଛି ଆଉ ଏକ ଦମଦାର ଫିଲ୍ମ । ସୂଚନା ଅନୁଯାୟୀ ପ୍ରସିଦ୍ଧ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ବବଲୀ ବାଉନ୍ସର’ରେ ପୁଣି ଥରେ ନିଜ ଅଭିନୟର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ନିକଟ ଅତୀତରେ ମଧୁର ଭଣ୍ଡାରକରଙ୍କ ଅଫିସ ବାହାରେ ତମନ୍ନାଙ୍କୁ ସ୍ପଟ୍ କରାଯାଇଥିଲା, ଯାହାପରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଅଫିସିଆଲ ଘୋଷଣା ପରେ ସ୍ପଷ୍ଟ ହୋଇଛି ଯେ ତମନ୍ନା ମଧୁର ଭଣ୍ଡାରକରଙ୍କ ଫିଲ୍ମ ପାଇଁ ସାଇନ୍ କରିଛନ୍ତି । ଏବେ ଖବର ଆସିଛି ଯେ ‘ବବଲୀ ବାଉନ୍ସର’ ପ୍ରଥମ ପର୍ଯ୍ୟାୟର ସୁଟିଂକୁ ସମ୍ପୂର୍ଣ୍ଣ କରିଛନ୍ତି । ଏଥିରେ ତମନ୍ନା ଜଣେ ମହିଳା ବାଉନ୍ସର ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଦମଦାର ଆକ୍ସନ ସିନ୍ କରୁଥିବା ନଜର ଆସିବେ । ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଦେଶର ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପ୍ୟାନ ଇଣ୍ଡିଆ କଳାକାର ତମନ୍ନା ଭାଟ୍ଟିଆ ଉଭୟ ସାଉଥ୍ ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ସକ୍ରିୟ ଅଛନ୍ତି । ଆଗକୁ ଅଭିନେତ୍ରୀଙ୍କ ଅନେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ଅଛି । ତମନ୍ନାଙ୍କ ପଖରେ ସାଉଥ୍ର ‘ଗୁରଥୁଣ୍ଡା ସୀତାକଲମ’, ‘ଏଫ୍ଥ୍ରୀ’ ଏବଂ ‘ଭୋଲା ଶଙ୍କର’ ଫିଲ୍ମ ଥିବା ବେଳେ ବଲିଉଡ୍ର ‘ପ୍ଲାନ ଏ ପ୍ଲାନ ବି’ ଏବଂ ‘ୟାର୍ ଦୋସ୍ତ’ ରହିଛି । ଶେଷଥର ପାଇଁ ସେ ସାଉଥ୍ ଫିଲ୍ମ ‘ସିଟିମାର୍’ରେ ନଜର ଆସିଥିଲେ । ଏଥିସହ ‘ନଭେମ୍ବର ଷ୍ଟୋରୀ’ ନାମକ ଏକ େୱବସିରିଜ୍ ମଧ୍ୟ ଗତବର୍ଷ ମୁକ୍ତିଲାଭ କରିଥିଲା ।
More Stories
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..
ମୁସଲିମ୍ ବିବାହ ପରେ ସ୍ବରାଙ୍କ ରୂପକୁ ନେଇ ବିବାଦ