() ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି । ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ । ଏହା ଦେଖି ତୁରନ୍ତ ସୁରକ୍ଷା ଏଜେନ୍ସି ତତ୍ପରତା ପ୍ରକାଶ କରିବା ସହ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ହ୍ୱାଇଟ୍ ହାଉସ ଓ ସିକ୍ରେଟ୍ ସର୍ଭିସ କହିଛି ଯେ, ଏକ ଛୋଟ ବିମାନ ଶନିବାର ବାଇଡେନଙ୍କ ଭ୍ୟାକେସନ ହୋମ୍ ଅଞ୍ଚଳରୁ ପଶି ଆସିଥିଲା । ଏହା ନୋ ଫ୍ଲାଇଂ ଜୋନ୍ ଥିଲା । ଘଟଣା ପରେ ତୁରନ୍ତ ବାଇଡେନ୍ ଓ ତାଙ୍କ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଏବେ ତାଙ୍କ ପରିବାର ପ୍ରତି କୌଣସି ବିପଦ ନଥିବାବେଳେ ପାଇଲଟଙ୍କୁ ଅଧିକ ପଚରାଉଚରା କରାଯାଉଛି ।
https://thetopmost.in/deepika-padukone-is-now-cannes-jury-member/
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ