The Topmost

“The eyes believe themselves, the ears believe other people.”

ବାଇକରେ ସ୍ବପ୍ନ ପୂରଣ କରୁଛନ୍ତି ରାହୁଲ ଗାନ୍ଧୀ

ଲଦାଖ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାଇକରେ ଲଦାଖ ବୁଲିବାର ସ୍ୱପ୍ନ ପୂରଣ ହୋଇଛି ଆଉ କିଛି ଖୁସିର ମୂହୁର୍ତ ମଧ୍ୟ ସାଉଁଟୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବର୍ତମାନ ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଥିବାବେଳେ ପ୍ରିୟ ବାଇକରେ ବିଭିନ୍ନ ସ୍ଥାନ ବୁଲିବା ସହ ପିଲାଙ୍କ ସହ ମସ୍ତି କରୁଥିବା ନଜର ଆସିଛନ୍ତି । ସୋମବାର ଗସ୍ତ କରିଥିବା ବିଭିନ୍ନ ଫଟୋ ସୋସିଆଲ ମିଡ଼ିଆରେ ସେ ସେୟାର କରିଛନ୍ତି । ଯେଉଁଥିରେ ବାଇକ୍ ରାଇଡ୍ କରିବା ସହ ପିଲାଙ୍କ ସହ ଓ ଅନ୍ୟ ଲୋକଙ୍କ ସହ ଫଟୋ ଦେଖିବାକୁ ମିଳିଛି । ଏକ ପ୍ରକାର ଅଲଗା ଅନ୍ଦାଜରେ ନଜର ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ବିଭିନ୍ନ ଫଟୋକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରି କ୍ୟାପ୍ସନରେ ‘ମହୋବତ୍ କି ଦୁକାନ-ଲଦାଖ’ ଲେଖିଛନ୍ତି । ରାହୁଲ ଶନିବାର ଲଦାଖ ଲେହରେ ଥିବା ପେଙ୍ଗଙ୍ଗ ହ୍ରଦ ପର୍ଯ୍ୟନ୍ତ ବାଇକ ଚଲାଇବା ପରେ ସେଠାରେ ରହିଥିଲେ । ଆଉ ପୁଣି ସେଠାରୁ ଆରମ୍ଭ କରିଥିଲେ ଯାତ୍ରା । କେବଳ ପିଲାଙ୍କ ସହ ମସ୍ତି ନୁହେଁ । ଲଦାଖର ଏହି ଯାତ୍ରାରେ ବିଭିନ୍ନ ଦୋକାନୀ, କୃଷକ, ପରିବା ବ୍ୟବସାୟୀ.ସାଧାରଣ ଜନତା, ଆଦିଙ୍କୁ ଭେଟିଛନ୍ତି ରାହୁଲ । ବିଭିନ୍ନ ସ୍ଥାନ ବୁଲିବା ସହ ସେମାନଙ୍କ ଦୁଃଖ କଷ୍ଟ ବିଷୟରେ ଆଲୋଚନା କରିଛନ୍ତି ।