The Topmost

“The eyes believe themselves, the ears believe other people.”

ବହୁ ପ୍ରତିକ୍ଷିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ

ଆଜି ଉଦଘାଟିତ ହେବ ବହୁ ପ୍ରତିକ୍ଷିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ । ଯାହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାସହ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ଏକ୍ସପ୍ରେସ ୱେ ଖୋଲିଯିବା ପରେ ଦିଲ୍ଲୀ ସହ ବୁନ୍ଦେଲଖଣ୍ଡକୁ ସିଧାସଳଖ ଯୋଡିହେବ । ଏହି ଏକ୍ସପ୍ରେସ ୱେ ୟୁପିର ୭ଟି ଜିଲ୍ଲା ମଧ୍ୟ ଦେଇ ଯିବ । ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ନିବେଶ ଓ ନିଯୁକ୍ତି ସୁଯୋଗ ବଢିବ । ୨୦୨୦ ଫେବୃଆରୀରେ ଏହାର ଶିଳାନ୍ୟାସ ହୋଇଥିଲା । ୨୯୬ କିଲୋମିଟରର ଏହି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୪ ହଜାର ୮୫୦ କୋଟି ଟଙ୍କା । ଏହି ଏକ୍ସପ୍ରେସ ୱେରେ ରହିଛି ୧୯ ଫ୍ଲାଇ ଓଭର, ୨୨୪ ଅଣ୍ଡର ପାସ, ୧୪ ବଡ ବ୍ରିଜ, ୨୮୬ ଛୋଟ ବ୍ରିଜ ଓ ୪ଟି ରେଲୱେ ଓଭର ବ୍ରିଜ ।