ଦିଲ୍ଲୀ ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି ଦ୍ୱାରା ରାଜଧାନୀ ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବାର ପ୍ରୟାସ କରାଯିବା ଚର୍ଚ୍ଚା ଭିତରେ ଫ୍ଲୋର୍ ଟେଷ୍ଟ ଦେଇଛନ୍ତି କେଜ୍ରିୱାଲ । ଏହି ସମୟରେ ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମିଶନ୍ ଲୋଟସ୍ ଫେଲ ମାରିଛି । ମୁଁ ଶୁଣିଛି ଆପର ୪୦ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରାଯାଇଛି । ମୁଁ ବହୁତ ଖୁସି ଜଣେ ବି ବିଧାୟକ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇ ନାହାଁନ୍ତି । ଆଜି ହଙ୍ଗାମା ଭିତରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ବିଜେପି ବିଧାୟକ ଗୃହରେ ହଙ୍ଗାମା କରିବା ସହ ଗୃହକାର୍ଯ୍ୟ କରେଇ ଦେବାରେ ବାଧା ସୃଷ୍ଟି କରିବାରୁ ସେମାନଙ୍କୁ ବାଚସ୍ପତି ମାର୍ଶଲ ଆଉଟ୍ ଅର୍ଥାତ୍ ସଦନ ଗୃହରୁ ବାହାର କରିଦେଇଥିଲେ । ବିଶ୍ୱାସମତ ସାବ୍ୟସ୍ତ କରିବାର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହିଁ ଦେଇଥିଲେ । କାରଣ ସେ ସଭିଁଙ୍କୁ ଦେଖାଇବାକୁ ଚାହୁଁଥିଲେ ତାଙ୍କ ଦଳରେ କୌଣସି ଫାଟ ନାହିଁ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍