The Topmost

“The eyes believe themselves, the ears believe other people.”

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । କେ. କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ ଗୋରାନ୍ତଲା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହେବେ ହାଜର । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ମୁହାଁମୁହିଁ ଜେରା ହେବ । ଆସନ୍ତା ୧୬ ତାରିଖରେ କବିତାଙ୍କୁ ଜେରା ଲାଗି ଇଡି ସମୟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବୁଚିବାବୁଙ୍କୁ ଜେରା କରିବ ଇଡି । ପୂର୍ବରୁ ଏହି ମାମଲାରେ ଗତ ମାର୍ଚ୍ଚ ୬ରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ । ପୂର୍ବରୁ ମାର୍ଚ୍ଚ ୯ରେ ହାଜର ହେବା ଲାଗି ବୁଚିବାବୁଙ୍କ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ସେ ହାଜର ହୋଇପାରି ନଥିଲେ ।