ବସ କାର ମୁହାଁମୁହିଁ ଧକା, ବାର ଆହତ

ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏକ ଟ୍ରାଭେରା ଓ କାର୍‌ ମୁହାଁମୁହିଁ ଧକ୍କା ହେବାଫଳରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରାଭେରାଟି ୨୨ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀରୁ ଛତିଶଗଡ଼ ଫେରୁଥିଲା। ଏହି ସମୟରେ ବଲାଙ୍ଗିରରୁ  ଭୁବନେଶ୍ୱର ଯାଉଥିବା ଏକ କାର୍‌ ସହ ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରାଭେରାରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କାର୍‌ରେ ଥିବା ଯାତ୍ରୀଙ୍କର କିଛି ହୋଇନାହିଁ। ଟ୍ରାଭେରାରେ ୨୨ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଥିଲେ। ଦୁର୍ଘଟଣାରେ ଟ୍ରାଭେରା ଓ କାର୍‌ର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

https://thetopmost.in/%e0%ac%95%e0%ac%b2%e0%ac%ae%e0%ac%be-%e0%ac%ac%e0%ad%8d%e0%ad%9f%e0%ac%be%e0%ac%b0%e0%ad%87%e0%ac%9c%e0%ac%b0-%e0%ac%b8%e0%ac%ae%e0%ac%b8%e0%ad%8d%e0%ac%a4-%e0%ac%97%e0%ad%87%e0%ac%9f%e0%ad%8d/

SHARE BY