January 12, 2026

ବସ୍ ଚଲାଇଲେ ବିଧାୟିକା

କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ ମାଗଣା ବସ୍‌ ସେବା ଶୁଭାରମ୍ଭ । ଏହି ସମୟରେ ‘କୋଲାର୍‌ ଗୋଲ୍‌ଡ୍‌ ଫିଲଡ୍‌ସ୍‌’ର ବିଧାୟିକା ରୂପକଳା ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ର ଗୋଟାଏ ବସ୍‌ ଚଳାଇଥିଲେ। ଏହି ସରକାରୀ ବସ୍‌ ସେବାକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଶୁଭାରମ୍ଭ କରିଥିଲେ। ‘କେଜିଏଫ୍‌ ମୁନିସ୍‌ପାଲ୍‌ କାଉନ୍‌ସିଲ୍‌’ର ଜଣେ ସଦସ୍ୟ ବାଧ୍ୟ କରିବାରୁ ବିଧାୟିକା ରୂପକଳା ଉକ୍ତ ବସ୍‌ ଚଳାଇଥିଲେ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହି ଘଟଣାର ଭିଡିଓରେ ଦେଖାଯାଉଛି ଯେ, ଡ୍ରାଇଭର୍‌ ସିଟ୍‌ ପାଖରେ ଠିଆ ହୋଇଥିବା ବସ୍‌ର ପ୍ରକୃତ ଡ୍ରାଇଭର୍‌ ଗିଅର୍‌ ବଦଳାଇବାରେ ବିଧାୟିକାଙ୍କୁ ସାହାଯ୍ୟ କରୁଛନ୍ତି। ବିଧାୟିକା ରୂପକଳା ପ୍ରାୟ ୧୦୦ ମିଟର୍‌ ପର୍ଯ୍ୟନ୍ତ ଉକ୍ତ ବସ୍‌ଟିକୁ ଚଳାଇଥିଲେ।

SHARE BY