The Topmost

“The eyes believe themselves, the ears believe other people.”

ବର୍ଷା ଓ ଭୂସ୍ଖଳନରେ ୬୦ ଛୁଇଁଲାଣି ମୃତ୍ୟୁସଂଖ୍ୟା

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ବଢିଚାଲିଛି । ରାଜଧାନୀ ଶିମଲାର କ୍ରିଷ୍ଣା ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି । ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ଶିମଲାରେ ଘଟିଥିବା ଘଟଣା ସମୟରେ ଲାଲପାଣି ଅଞ୍ଚଳରେ ଥିବା ସ୍ଲଟର ହାଉସର କୋଠା ମଧ୍ୟ ହଠାତ୍ ଭୁଶୁଡ଼ି ପଡ଼ିଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ରୁ ଅଧିକ ଘର ଓ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଲଟର ହାଉସ୍ କୋଠା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଛି । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ସୂଚନା ଅନୁଯାୟୀ, ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ୭୫୨ଟି ରାସ୍ତା ବନ୍ଦ ରହିଛି । କାଲକା-ଶିମଲା ରେଳ ପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି ।