The Topmost

“The eyes believe themselves, the ears believe other people.”

ବର୍ଷାରେ ବେହାଲ ଭାରତର ଅନେକ ରାଜ୍ୟ

ବର୍ଷାରେ ବେହାଲ ଉତ୍ତର-ପଶ୍ଚିମ ଭାରତର ଅନେକ ରାଜ୍ୟ । ଲଗାତର ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ଏବେ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ କେଉଁଠି ମାଟି ଅତଡା ଖସିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ତ ଆଉ କେଉଁଠି ଲୋକେ ପାଣି ଘେରରେ ଫସି ରହିଛନ୍ତି । ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ରାଜ୍ୟରେ ବର୍ଷା କାରଣରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଭାରତୀୟ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି ଯେ, ଜୁଲାଇର ପ୍ରଥମ ଆଠ ଦିନରେ ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମଗ୍ର ଦେଶ ପାଇଁ ପୂର୍ବର ବର୍ଷା ଅଭାବକୁ ଦୂର କରିପାରିଛି । ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି । ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।