ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଖ୍ରୀଷ୍ଟମାସ ଦିବସ ଏକ ବଡ ପର୍ବ । ଏହି ଦିନକୁ ଯୀଶୁଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ । ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସାଣ୍ଟା କ୍ଲଜଙ୍କ କଥା ମନକୁ ଆସେ । ନାଲି ପୋଷାକ, ମୁଣ୍ଡରେ ନାଲି ଟୋପି ଏବଂ ଲମ୍ବା ଧଳା ଦାଢି ପିନ୍ଧି ସାନ୍ତା ଏହି ଦିନ ପିଲାମାନଙ୍କୁ ଉପହାର, ଟଫି ଏବଂ ଚକୋଲେଟ୍ ବଣ୍ଟନ କରୁଥିବା ଦେଖାଯାଏ । ପିଲାମାନେ ସାନ୍ତାଙ୍କର ଏହି ରୂପକୁ ବହୁତ ପସନ୍ଦ କରିଥାନ୍ତି । ବର୍ଷସାରା ପିଲାମାନେ ଏହି ଦିନ ସାନ୍ତାଙ୍କ ଆଗମନକୁ ଅପେକ୍ଷା କରିରହିଥାନ୍ତି । ଏହାର ଅନେକ ଦିନ ପୂର୍ବରୁ ସାନ୍ତାଙ୍କ ପୋଷାକ ଏବଂ କ୍ୟାପ୍ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଏହା ସତ ନା କେବଳ କଳ୍ପନା ଅଟେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ