ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ପଦକ୍ଷେପ । ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଟିଟିଏସ୍ ଠାରେ ଉଦଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ବିଏମସି ମେୟର ସୁଲୋଚନା ଦାସ ଏହାର ଉଦଘାଟନ କରିଛନ୍ତି । ଏହି ଟ୍ରମେଲ ମେସିନ ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା ରଖିଛି । ୧୦୦ ମିଲିମିଟର ବା ତାଠାରୁ ବଡ଼ ଆକାରର କଠିନ ବର୍ଜ୍ୟବସ୍ତୁ, ଯେପରିକି ପ୍ଲାଷ୍ଟିକ ବୋତଲ, କପଡ଼ା ଆଦି ପୃଥକ କରିପାରୁଛି । ଆହୁରି ଛୋଟ ଛୋଟ ଆକାରର, ୪୦ ମିଲିମିଟର, ୨୦ ମିଲିମିଟର ଓ ୪ ମିଲିମିଟରର କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ୩ଟି ମେସିନ ବସିବ । ଏହି ୪ ପ୍ରକାର ଟ୍ରମେଲ ମେସିନ ଦ୍ୱାରା ବର୍ଜ୍ୟବସ୍ତୁକୁ ଆକାର ଅନୁସାରେ ପୃଥକୀକରଣ କରାଯିବ । ଏହାପରେ ଉଇଁଣ୍ଡ୍ରୋସ୍ ପଦ୍ଧତିରେ ସେଗୁଡ଼ିକର ପ୍ରକ୍ରିୟାକରଣ କରାଯାଇ ସେଥିରୁ ଜୈବିକ ଖତ ବାହାରିବ । ବାକି ବର୍ଜ୍ୟବସ୍ତୁକୁ ସିମେଣ୍ଟ ତିଆରି କାରଖାନା ବା ବିକଳ୍ପ ବ୍ୟବହାର ପାଇଁ ଅନ୍ୟ କୌଣସି ସଂସ୍ଥାକୁ ଦିଆଯିବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି